160

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ବର୍ଣ୍ଣାଢ଼୍ୟ ଢେଙ୍କାନାଳ ଜିଲାସ୍ତରୀୟ ଯୁବ ଉତ୍ସବ -୨୦୨୪ ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ବୋରାପଦାସ୍ଥିତ ସରକାରୀ ବୈଷୟିକ ତାଲିମ୍ ପ୍ରତିଷ୍ଠାନ ସଭାଗୃହରେ ନେହେରୁ ଯୁବକେନ୍ଦ୍ର ଓ ମୋ ଭାରତ ଢେଙ୍କାନାଳ ସହାୟତାରେ ଜିଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନେହରୁ ଯୁବକେନ୍ଦ୍ରର ଅଧିକାରୀ ବାସୁଦେବ ଦାସ ଅଧ୍ଯକ୍ଷତା କରି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଯୁବତୀ ଓ ଯୁବକମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି ବୋଲି ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଜଗଦୀଶ ହାଇବ୍ରୁ ଯୋଗଦେଇ ଭାରତର ଅନେକ ଯୁବକ ଓ ଯୁବତୀ ବିଭିନ୍ନ ଦେଶରେ ନିଜର ପାରଦର୍ଶିତା ଦେଖାଇଥିବା ନଜିର ରହିଛି ବୋଲି କହିଥିଲେ । ସମ୍ମାନିତଅତିଥି ଭାବେ ଜନଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ,ଆଇଟିଆଇର ତାଲିମ୍ ଅଧିକାରୀ ନିରୁପମା ବେହେରା,ଆଇଟିଆଇର ତାଲିମ୍ ଅଧିକାରୀ ପଦ୍ମଲୋଚନ ସାମଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ନେହରୁ ଯୁବକେନ୍ଦ୍ରର ଯୁବ ବିତ୍ତ ଅଧିକାରୀ ଶଶାଙ୍କ ଶେଖର ଶେଖର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଦସ୍ୟ ବିପ୍ରବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଯୁବକ ଓ ଯୁବତୀମାନ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିଳ୍ପୀ ପରେଶ ପଟ୍ଟନାୟକ,ଅବସର ପ୍ରାପ୍ତ ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ, ସାମାଜିକ କର୍ମୀ ତଥା ସମ୍ବାଦଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର ରହିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ମୋବାଇଲ୍ ଫଟୋଗ୍ରାଫର ପ୍ରତ୍ୟୁଷ କୁମାର ସାହୁ ପ୍ରଥମ, ସୁଜିତ୍ କୁମାର ବେହେରା ଦ୍ଵିତୀୟ,ଦ୍ଵିପାଶୀଖା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତ୍ୟେକଙ୍କୁ ୨୫୦୦ ଟଙ୍କା, ୧୫୦୦ଟଙ୍କା ଓ ୧୦୦୦ଟଙ୍କା ପୁରସ୍କୃତ କରାଯାଇଥିଲା। ସେ ସେହିପରି ବିଜ୍ଞାନ ମେଳାରେ ସର୍ତଜିତ ଶତପଥୀ ପ୍ରଥମ, ସୋନାଲିକା ସାହୁ ଦ୍ଵିତୀୟ ଓ ବିଷ୍ଣୁ ପ୍ରସାଦ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମର ଗ୍ରୁପ୍ ବିଭାଗରେ ଅଭିନୟ ଡ୍ୟାନ୍ସ ଗ୍ରୁପ୍ ପ୍ରଥମ,ସାବିତ୍ରୀ ଓ ଗ୍ରୁପ୍ ଦ୍ୱିତୀୟ ଓ ପ୍ରିୟାଂଶୁ ଓ ଗ୍ରୁପ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସଂଗୀତରେ ସରସ୍ବତୀ ପରିଡା ପ୍ରଥମ,ଅମିଶା ସାହୁ ଦ୍ଵିତୀୟ ଓ ଲକ୍ଷ୍ମୀପ୍ରିୟା ଦେହୁରୀ ତୃତୀୟ ହୋଇଛନ୍ତି। ଭାଷଣ ପ୍ରତିଯୋଗିତାରେ ଜ୍ୟୋତିର୍ମୟୀ ଦାସ ପ୍ରଥମ,ଶୁଭଶ୍ରୀ ସାହୁ ଦ୍ଵିତୀୟ ଓ ଶୁଭାଶିନୀ ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କଠାରୁ ପୁରସ୍କୃତ ହୋଇଛନ୍ତି ।

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ବର୍ଣ୍ଣାଢ଼୍ୟ ଢେଙ୍କାନାଳ ଜିଲାସ୍ତରୀୟ ଯୁବ ଉତ୍ସବ -୨୦୨୪ ଅନୁଷ୍ଠିତ
ନେହରୁ ଯୁବ କେନ୍ଦ୍ର ପକ୍ଷରୁ ବର୍ଣ୍ଣାଢ଼୍ୟ ଢେଙ୍କାନାଳ ଜିଲାସ୍ତରୀୟ ଯୁବ ଉତ୍ସବ -୨୦୨୪ ଅନୁଷ୍ଠିତ
Spread the love