97

ବିଜେଡ଼ି ଛାଡି ବିଜେପିରେ ସାମିଲ ହେଲେ ଯୁବ ନେତା ସଚିନ

ମନୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଯୁବ ନେତା ସଚିନ କୁମାର ପଣ୍ଡା
ମୋଦିଜୀଙ୍କ ଲୋକପ୍ରିୟତା ଦେଶର ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା କହିଛନ୍ତି । ହିନ୍ଦୁ ରାଷ୍ଟ୍ର ଗଠନ କରିବା ସଂକଳ୍ପ ନେଇ ବିଜେପିର ଏକ ସକ୍ରିୟ ସଦସ୍ୟ ହେଇ ଏକ ଉତ୍ତମ ବ୍ରହ୍ମପୁର ଗଠନ ଦିଗରେ ବିଧାୟକ କେ ଅନିଲ କୁମାରଙ୍କ ମାଗଦର୍ଶନରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଗାନ୍ଧୀ ମଗର ବିଜେପି କାର୍ଯ୍ୟାଳୟରେ ସଚିନକୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା ।ଏହି ସମୟରେ ବ୍ରହ୍ମପୁର ବିଧାୟକଙ୍କ ସମେତ ମନୁ ପାଣିଗ୍ରାହୀ,ବିଜେପି ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ
ସରୋଜ ସାବତ,ସବିତା ସୁଆର,ବନମାଳୀ ସେଠି,ଅଶୋକ ଶୁକ୍ଳ, ପ୍ରତାପ ନାୟକ,ଟୁଟୁନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।1112

Spread the love